spot_img

Latest Posts

ଭୁଲ ଇଞ୍ଜେକସନ ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭୁଲ ଇଞ୍ଜେକସନ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟଣା । ମେଡିକାଲରେ ପହଞ୍ଚିଛନ୍ତି ତଦନ୍ତକାରୀ ଦଳ। SCBରୁ ୨ ଜଣ ଓ MKCGରୁ ୩ ଜଣ ଡାକ୍ତର ତଦନ୍ତ କରିବେ । କେଉଁ କାରଣରୁ ୬ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରିବେ। ଅନ୍ୟପଟେ ଏହି ଘଟଣାକୁ ନେଇ ହୋଇଥିବା ଅଭିଯୋଗକୁ ମେଡ଼ିକାଲ କତ୍ତୃପକ୍ଷ  ଖଣ୍ଡନ କରିଛନ୍ତି।

ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମେଡିକାଲରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଗ୍ରସ୍ତ ବେଳେ କଂଗ୍ରେସ ମେଡିକାଲର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିବାବେଳେ ମନ୍ତ୍ରୀ ତାଙ୍କୁ ସୁଯୋଗ ନ ଦେବାରୁ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି।

ଏପରିକି ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଓ କୋରାପୁଟ ବିଧାୟକ ରଘୁରାମ ମାଛ, ରୂପକ ତୁରୁକ, ଭଗବାନ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍‌ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି। ବିଜେଡି ସରକାରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କୋରାପୁଟ ବିଧାୟକ କଂଗ୍ରେସ କର୍ମୀଙ୍କୁ ଧକ୍କା ମାରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରିଛନ୍ତି। ରୂପକ ତୁରୁକ ପ୍ରଶ୍ନ କରିଛନ୍ତି କି ମନ୍ତ୍ରୀ ଆଇସିୟୁ ବିଭାଗ ଯାଇ ସ୍ଥିତି ପରଖିବା କଥା। କିନ୍ତୁ ସେ ଆଇସିୟୁ ନ ଯାଇ ଏଠାକୁ କ’ଣ ଦେଖିବାକୁ ଆସିଥିଲେ ? ବର୍ତ୍ତମାନ ମଡିକାଲରେ ତଦନ୍ତକାରୀ ଦଳ ପ୍ରକୃତ ଘଟଣାର ଖୋଳତାଳ କରୁଛନ୍ତି  ।

Latest Posts

Don't Miss