ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ଜିଲ୍ଲାରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୨ ପଜିଟିଭ କୋଲକାତା ଫେରନ୍ତା ବୋଲି ସୂଚନା ରହିଛି । ବାସୁଦେବପୁର ଓ ଧାମନଗରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
2nd Health Update, 4th May
2 Positive cases in Bhadrak
45 yr Male & 55 yr Male4 Positive cases in Jajpur:
M 48 yr Male, 55 yr Male 60 yr Male & 62 yr Male.(All Kolkata returnees. All in quarantine)
Contact tracing & followup action is being done.Total Positive Case:169
— I & PR Department, Odisha (@IPR_Odisha) May 4, 2020
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି । ଏଥିସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ମୋଟ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛନ୍ତି ।
୬୦ ଜଣ କରୋନା ଭାଇରସ କବଳରୁ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୧୦୮ଟି ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ ଜଣଙ୍କ ଜୀବନ ନେଇଛି କରୋନା ।