ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ

Lightning over field

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ଜଣ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜର ୨ଟି ସ୍ଥାନରେ ବଜ୍ରପାତ ଘଟି ୩ଜଣଙ୍କର ଜୀବନ ଯାଇଛି । ବହଳଦା ଥାନା ନିମାଡ଼ିହାରେ ଗାଧୋଇବାକୁ ଯିବାବେଳେ ବଜ୍ରାଘାତରେ ମାଆଝିଅ ପ୍ରାଣ ହରାଇଛନ୍ତି । ଆଉ ଜଣେ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।

ସେହିପରି ତିରିଂ ଥାନା ବାରୁଡ଼ିହି ଗାଁରେ ଯାଇଛି ଜଣେ ଯୁବକଙ୍କ ଜୀବନ । ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲିରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଛି । ବାସୁପାଲି ଗାଁକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିବାବେଳେ ବଜ୍ରପାତରେ ଉଭୟ ପ୍ରାଣ ହରାଇଛନ୍ତି ।