ଶିବଭକ୍ତଙ୍କ ଉପରେ ମାଡିଗଲା ଟ୍ରକ, ୬ ମୃତ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ହାଥରସରେ ଅଘଟଣ । କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ । ମନସ୍କାମନା ପୂରଣ କରିବା ପୂର୍ବରୁ ଚାଲିଗଲା ଜୀବନ । ମଧ୍ୟପ୍ରଦେଶ ଗ୍ୱାଲିଅରର ଶିବଭକ୍ତଙ୍କ ଉପରେ ଉତ୍ତର ପ୍ରଦେଶର ହାଥରସରେ ଚଢିଯାଇଛି ଟ୍ରକ । ରାତି ୨ଟା ସମୟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣ କାଉଡିଆ ପ୍ରାଣ ହରାଇଛନ୍ତି ।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର । ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭରର ପତ୍ତା ମିଳିଛି ଖୁବଶୀଘ୍ର ସେ ବନ୍ଧା ହେବ ବୋଲି ପୋଲିସ କହିଛି ।

ହରିଦ୍ବାରରୁ ପାଣି ନେଇ ଗ୍ବାଲିଅର ଯାଉଥିବା ସମୟରେ ହାଥରସ ନିକଟରେ ମାଡି ଯାଇଥିଲା ଟ୍ରକ  ।