ନେପାଳରେ ଭୂକମ୍ପ ନେଲା ୬ ଜୀବନ, ଥରିଲା ଉତ୍ତର ଭାରତ

1 min read

ନୂଆଦିଲ୍ଲୀ: ନେପାଳର ଦୋତି ଜିଲ୍ଲାରେ ଭୁକମ୍ପ ଝଟକା ଅନୁଭୁତ ହୋଇଛି । ୬.୩ ତୀବ୍ରତାରେ ପାଖାପାଖି ରାତି ୨ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏକ ଘର ଭୁଶୁଡିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ନେପାଳ ସେନା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନେପାଳ ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ପିଥୌରଗଡରୁ ୯୦ କିଲୋମିଟର ଦୂରରେ ଭୂକମ୍ପ କେନ୍ଦ୍ର ରହିଛି । ଫଳରେ ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଭୂକମ୍ପ ଝଟକାରେ ଥରିଛି ଉତ୍ତର ଭାରତ । ବିଳମ୍ବିତ ରାତିରେ ଜୋରଦାର ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଦିଲ୍ଲୀ-ଏନସିଆର୍, ୟୁପି, ବିହାର, ଉତ୍ତରାଖଣ୍ଡରେ ବି ଝଟ୍‌କା ଅନୁଭୂତ ହୋଇଛି । ସେପଟେ ପଡୋଶୀ ଦେଶ ନେପାଳରେ ବି ସିରିଜ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବିଲ୍ଡିଂ ଭୁଶୁଡ଼ିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

୨୦୧୫ରେ ମଧ୍ୟ ନେପାଳର କାଠମାଣ୍ଡୁ ଓ ପୋଖରା ସହର ମଧ୍ୟରେ ୭.୮ ତୀବ୍ରତାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ୮,୯୬୪ ଜଣ ପ୍ରାଣ ହରାଇଥିବା ବେଳେ ୨୨ ହଜାରରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଗୋରଖା ଭୂକମ୍ପ ରୂପେ ପରିଚିତ ଏହି ଭୂସ୍ଳନର ପ୍ରଭାବ ଉତ୍ତର ଭାରତର ଅନେକ ସହରକୁ ଦୋହଲାଇ ଦେଇଥିଲା  । ଲାହୋର, ପାକିସ୍ତାନ, ତିବ୍ବତର ଲହାସା ଓ ବାଂଲାଦେଶର ଢାକାରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା  ।