ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର, ୬ ମୃତ ୧୦ ଆହତ

ଭୋପାଳ: ବାହାଘର ରୋଷଣୀ ବେଳେ ଅଘଟଣ  । ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର  । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୬  । ସେହିପରି ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣାରେ ଆହତ ହୋଇଛନ୍ତି

ମଧ୍ୟ ପ୍ରଦେଶର ଖାମରିଆ ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା  । ଠିକ ଏହି ସମୟରେ ଏକ ଡମ୍ଫର ଭିଡ ଭିତରକୁ ମାଡି ଆସିଥିଲା  । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି  । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିବାରେ ସଫଳ ହୋଇଛି  । ଟ୍ରକଟି ରାଜସ୍ଥାନର ହୋଇଥିବାବେଳେ ଏହା ଭୋପାଳରୁ ବାହାରିଥିଲା  ।

ପୋଲିସର ଘଟଣାର ତଦନ୍ତ ଚଳାଇଛି  । ଖୁବଶୀଘ୍ର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଛାନବିନ ଚଳାଇଛି ପୋଲିସ  ।