ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର, ୬ ମୃତ ୧୦ ଆହତ

ଭୋପାଳ: ବାହାଘର ରୋଷଣୀ ବେଳେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୬ । ସେହିପରି ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣାରେ ଆହତ ହୋଇଛନ୍ତି
ମଧ୍ୟ ପ୍ରଦେଶର ଖାମରିଆ ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା । ଠିକ ଏହି ସମୟରେ ଏକ ଡମ୍ଫର ଭିଡ ଭିତରକୁ ମାଡି ଆସିଥିଲା । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିବାରେ ସଫଳ ହୋଇଛି । ଟ୍ରକଟି ରାଜସ୍ଥାନର ହୋଇଥିବାବେଳେ ଏହା ଭୋପାଳରୁ ବାହାରିଥିଲା ।
ପୋଲିସର ଘଟଣାର ତଦନ୍ତ ଚଳାଇଛି । ଖୁବଶୀଘ୍ର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଛାନବିନ ଚଳାଇଛି ପୋଲିସ ।