spot_img

Latest Posts

ଅଶାନ୍ତ ହେଲା ପାକିସ୍ତାନ ଆଫଗାନିସ୍ତାନ ସୀମା, ୬ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ପକ୍ତିକା ପ୍ରଦେଶର ଡୁରଣ୍ଡ ସୀମା ରେଖାରେ ପାକିସ୍ତାନ ସହ ତାଲିବାନର ସଂଘର୍ଷ  । ଏହି  ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଉଭୟ ପଟୁ ଏବେବି ଗୁଳି ବିନିମୟ ଚାଲିଛି।

ଆଫଗାନିସ୍ତାନ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ପକ୍ତିକା ପ୍ରଦେଶ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପାକିସ୍ତାନୀ ସେନା ନିକଟରେ ଅନେକ ଥର ଷ୍ଟ୍ରାଇକ୍ କରିଥିଲା।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଏହି ଲଢେଇ ପକ୍ତିକାର ଆର୍ଯ୍ୟୋବ ଜାଜି ଜିଲ୍ଲାରୁ ଆରମ୍ଭ ହୋଇ ଡାଣ୍ଡ-ଏ-ପାଟନରେ ପହଞ୍ଚିଛି।

ଗତ ତିନି ଦିନ ହେବ ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନ ବାହିନୀ ମଧ୍ୟରେ ଏହି ବିବାଦ ଚାଲିଛି। ଡୁରାଣ୍ଡ ଲାଇନରେ ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଟୋଲୋ ନ୍ୟୁଜ୍ ଅନୁଯାୟୀ, ପକ୍ତିକାର ବାସିନ୍ଦା କହିଛନ୍ତି ଯେ ପାକିସ୍ତାନ ପଟୁ ନିକ୍ଷେପ କରାଯାଇଥିବା ୧୨ରୁ ଊର୍ଦ୍ଧ୍ବ ମିସାଇଲ ଲୋକଙ୍କ ଘର ଉପରେ ପଡିଛି।

Latest Posts

Don't Miss