ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର, ୬ ମୃତ

କେନ୍ଦୁଝର: ଦୁଇ ଟ୍ରକ ମଧ୍ୟରେ ଚାପିହୋଇଗଲା କାର । ୬ କାର ଯାତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ମୃତକ ବଡ଼ବିଲ ଭଦ୍ରାସାହି ଅଞ୍ଚଳର ହିରାଲାଲ ପଲେଇଙ୍କ ପରିବାର ସଦସ୍ୟ ହୋଇଥିବା ସୂଚନା ରହିଛି । ନିଜ ପରିବାର ସହ ସେ ବାଂଶପାଳ ବ୍ଲକ୍ ତରମାକାନ୍ତକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

କାରଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । କାରଟି ଦୁଇ ଟ୍ରକ୍ ମଝିରେ ଚାପି ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । କାର ଆଗରେ ଏକ ଟ୍ରକ୍ ଯାଉଥିବା ବେଳେ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା । ଆଗ ଟ୍ରକ୍ ବ୍ରେକ ମାରିବାରୁ କାରଟି ପିଟି ହୋଇ ଚୁରମାର ହୋଇଯାଇଥିଲା ।