ଭୁଶୁଡିଲା ନିର୍ମାଣଧୀନ ଗୋଦାମ ଗୃହର ପାଚେରୀ, ୬ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ: ଦିଲ୍ଲୀ ଅଲ୍ଲୀପୁର ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଯାଇଛି । ଶୁକ୍ରବାର ଏକ ନିର୍ମାଣଧୀନ ଗୋଦାମ ଗୃହର ପାଚେରି ଅଚାନକ ଭୁସୁଡିପଡିଛି । ଏହି କାନ୍ଥ ତଳେ ଚାପି ହୋଇ ଏପର୍ଯନ୍ତ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ସୂଚନାନୁଯାୟୀ ୨୫ରୁ ଅଧିକ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ ।

ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ ଜାରି ରଖିଛନ୍ତି । କିଛି ଲୋକ ଏବେବି ଭଗ୍ନାଂଶ ତଳେ ଚାପି ରହିଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ରାଜା ହରିଶଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଉଛି  ।