ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ, ୬ ଯବାନ ଆହାତ

ମାଲକାନଗିରି: ବିସ୍ଫୋରଣରେ ୬ ଯବାନ ଆହାତ । ଛତିଶଗଡ଼ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି । ଏଥିରେ ସିଆରପିଏଫର ୬ ଜଣ ଯବାନ ଆହାତ ହୋଇଛନ୍ତି । ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି । ୨୧୧ ବାଟାଲିଅନର ଯବାନମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଜାମ୍ମୁ ଯାଉଥିବାବେଳେ ଡମି କାଟ୍ରିଜ ବକ୍ସରେ ଥବା ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା ।
ଏହି ପେଟିଗୁଡିକ ରାୟପୁର ରେଳ ଷ୍ଟେସନରେ ସ୍ଥାନାନ୍ତର ହେବା ବେଳେ ହଠାତ ଏହା ଖସି ପଡ଼ିଥିଲା । ଫଳରେ ୨୯ଟି ଡିଟୋନେଟର ବିସ୍ଫୋରଣ ଘଟିଥିବା କୁହାଯାଉଛି । ଆହାତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି ।