spot_img

Latest Posts

ହରିୟାଣାରେ ସ୍କୁଲ ବସ୍ ଦୁର୍ଘଟଣା, ୬ ଛାତ୍ରଛାତ୍ରୀ ମୃତ

ମହେନ୍ଦ୍ରଗଡ଼: ହରିୟାଣାରେ ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ। ହରିୟାଣା ମହେନ୍ଦ୍ରଗଡ଼ରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ଯ ହରାଇ ଏକ ଗଛକୁ ଯାଇ ଧକ୍କା ଦେଲା ସ୍କୁଲ ବସ। ଏହି ସ୍କୁଲ ବସରେ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ଅନ୍ଯ ଜଣେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ଯୁ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ମହେନ୍ଦ୍ରଗଡ଼ ଜିଲ୍ଲାର କନୀନା ଗାଁ ନିକଟରେ ଘଟିଥିଲା ଏ ଦୁର୍ଘଟଣା। ଦୁର୍ଘଟଣାର ଶିକାର ଏହି ସ୍କୁଲ ବସ ଏକ ଘରୋଇ ସ୍କୁଲର ବୋଲି ଜଣାପଡ଼ିଛି। ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ବସର ଡ୍ରାଇଭର ନିଶାଗ୍ରସ୍ତ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ପରେ ଆଖପାଖର ଲୋକେ ଆସି ବସରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତନାଘନା କରୁଛି। ଆଜି ସରକାରୀ ଛୁଟି ଥିବା ସତ୍ଵେ ପିଲାଙ୍କୁ ସ୍କଲକୁ ନିଆଯାଉଥିଲା। ପିଲାଙ୍କୁ ନେବାକୁ ସ୍କୁଲ ତରଫରୁ ବସ ପଠାଯାଇଥିଲା।

Latest Posts

Don't Miss