କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫାଶ ପକାଇ ଥିବା ୬ ଶିକାରୀଙ୍କୁ ଗିରଫ

ଗଞ୍ଜାମ: ବୁଗୁଡ଼ା ବନାଞ୍ଚଳର କଲରାପତରିଆ ବାଘ ମୃତ୍ୟୁ ଘଟଣା  । ଫାଶ ପକାଇ ଥିବା ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ  । ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ବନଖଣ୍ଡ ଅଧିକାରୀ ଫକୀର ବେହେରା । ଗତ ୨୮ ତାରିଖରେ ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଥିଲା କଲରାପତରିଆ ବାଘ ।

ବନବିଭାଗ ଓ ଗ୍ରାମବାସୀଙ୍କ ଉଦ୍ୟମରେ ବାଘକୁ ଉଦ୍ଧାର କରାଯାଇଥିଲା । ପରେ ବନବିଭାଗ ବାଘଟିକୁ ଜଙ୍ଗଲରେ ଛାଡି ଦେଇଥିଲେ । ହେଲେ ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ କଲରାପତରିଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । କଲରାପତରିଆ ଉଦ୍ଧାର ପରେ ବନବିଭାଗ କର୍ମଚାରୀ ଉପଯୁକ୍ତ ଏସଓପି ମାନିନଥିବାରୁ ବାଘର ଜୀବନ ଚାଲିଯାଇଥିବା ପଶୁପ୍ରେମୀ ଅଭିଯୋଗ କରିଥିଲେ ।

ଆରସିସିଏଫ ଓ ପ୍ରାଣୀ ଚିକିତ୍ସକଙ୍କ ଭିନ୍ନ ମତ ଘଟଣାକୁ ଅଧିକ ରହସ୍ୟଘେରକୁ ଟାଣି ଆଣିଥିଲା ।  ଉପଯୁକ୍ତ ଏସଓପି ଅଧିନରେ ଘର ଚିକିତ୍ସା କରାଯାଇଥିଲା ବୋଲି ଆରସିସିଏଫ କହୁଥିବାବେଳେ କଲରାପତରିଆର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପୂର୍ବରୁ ହିଁ ପ୍ରାଣ ହରାଇସାରିଥିଲା । ଅନ୍ୟପଟେ ବାଘ ଉଦ୍ଧାରର ଏସଓପିକୁ ମାନିନଥିବାରୁ ବାଘର ମୃତ୍ୟୁ ହୋଇଥିବା ବନ୍ୟପ୍ରାଣୀ ସଂରକ୍ଷକ କହିଥିଲେ  ।

Leave a Reply