spot_img

Latest Posts

କରୋନା ମିଛ ଖବର ପ୍ରଚାର କରି ବନ୍ଧା ହେଲେ ୬ ଗୁଜବକାରୀ

ରାଉରକେଲା: କରୋନା ପାଇଁ ସାରା ଦେଶ ଏବେ ବିପଦ ସହ ଲଢ଼ୁଛି । ଏହି ଯୁଦ୍ଧରେ ଯିତିବା ପାଇଁ ସରକାର ବିଭିନ୍ନ ଦୃଢ଼ ପଦକ୍ଷେପ ମାନ ନେଉଛନ୍ତି । କିଛି କିଛି ଦୁଷ୍ଟ ବ୍ୟକ୍ତି କରୋନାକୁ ନେଇ ଅପ ପ୍ରଚାର କରିବାରେ ଲାଗିଛନ୍ତି । କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ବାରମ୍ବାର ଗୁଜବ ପ୍ରଚାର କରିବାରେ ବ୍ୟସ୍ତ । ସେହିଭଳି କିଛି ଯୁବକ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ରାଉରକେଲା ସହରର ଝିରପାଣୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି ।

ସେପଟେ ରାଉରକେଲା ପୋଲିସ ଗତ ୧୦ ଦିନ ମଧ୍ୟରେ ୫ଟି ଗୁଜବ ମାମଲାରେ ୬ଜଣଙ୍କୁ ଗିରଫ କରିଥିବା ରାଉରକେଲା ଏସ.ପି କେ ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଉରକେଲା ପୋଲିସ ଜିଲ୍ଲାର ବଣେଇଁ ଥାନାରେ ଗୋଟିଏ ମାମଲାରେ ଜଣଙ୍କୁ ଗିରଫ କରିଥିବାବେଳେ ପ୍ଲାଣ୍ଟ ସାଇଟ ଥାନାରେ ଗୋଟିଏ ମାମଲାରେ ଜଣେ, ଛେଣ୍ଡ ଥାନାରେ ଗୋଟିଏ ମାମଲାରେ ଜଣେ ଏବଂ ବ୍ରାହ୍ମଣୀ ତରଙ୍ଗ ଥାନାରେ ଗୋଟଏ ମାମଲାରେ ଦୁଇଜଣ ଓ ଝିରପାଣି ଥାନାରେ ଗୋଟିଏ ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ରାଉରକେଲା ଏସ.ପି ସୂଚନା ଦେଇଛନ୍ତି ।

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ସହ ବିଭିନ୍ନ ସମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବା ଭଳି କୈଣସି ଗୁଜବ ସୃଷ୍ଟି କଲେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଏସ.ପି କେ ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Latest Posts

Don't Miss