୫ମ ଟି-ଟ୍ବଣ୍ଟି: ଇଂଲଣ୍ଡକୁ ୨୪୮ ରନର ଟାର୍ଗେଟ୍ ଦେଲା ଭାରତ
1 min readମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ୫ମ ଟି-ଟ୍ବଣ୍ଟି ମ୍ୟାଚରେ ଇଂଲଣ୍ଡ ଆଗରେ ଭାରତ ୨୪୮ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟି କରି ଭାରତ ୯ ଓ୍ବିକେଟ ହରାଇ ୨୪୭ ରନ୍ କରିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଓପନର ଅଭିଶେକ ଶର୍ମାଙ୍କ ଧୂଆଁଧାର ବାଟିଂ ଦେଖିବାକୁ ମିଳିଛି । ଅଭିଶେକ ୫୪ ବଲର ସମ୍ମୁଖୀନ ହୋଇ ୧୩ ଛକା ଓ ୭ ଚୌକା ସହାୟତାରେ ୧୩୫ ରନ୍ କରିଛନ୍ତି । ଏହାସହ ସେ ଭାରତୀୟ ବ୍ୟାଟର ଭାବେ ଟି-ଟ୍ବଣ୍ଟିରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି । ଅଭିଶେକ ରୋହିତଙ୍କ ୧୨୮ ରନର ରେକର୍ଡକୁ ଭାଙ୍ଗିଛନ୍ତି ।
ଟିସ୍ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇଥିଲା । ସଞ୍ଜୁ ଏବଂ ଅଭିଶେକ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ସଞ୍ଜୁ ୧୬ ରନ୍ କରି ଆଉଟ ହୋଇଥିଲେ । ପରେ ଟି. ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଅଭିଶେକଙ୍କ ସହ ଶିଭମ୍ ଦୁବେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ । ସୁବେ ୧୩ ବଲରେ ୨ ଛକା ଓ ୪ ଚୌକା ସହାୟତାରେ ଧୂଆଁଧାର ୩୦ ରନର ପାରି ଖେଳିଥିଲେ । ପରେ ହାର୍ଦ୍ଧିକ ଏବଂ ରିଙ୍କୁ ସିଂ ୯ ରନ୍ ଲେଖାଏଁ କରି ପ୍ୟାଭିଲିୟନ ଫେରି ଯାଇଥିବା ବେଳେ ଅକ୍ସର ପଟେଲ ୧୫ ରନ କରି ନଟ ଆଉଟ ଥିଲେ । ରବି ବିଷ୍ଣୋଇ ଖାତା ଖୋଲି ପାରି ନଥିଲେ ।
ଇଂଲଣ୍ଡ ପକ୍ଷରୁ କାରସେ ୩ଟି ଓ୍ବିକେଟ ନେଇଥିବା ବେଳେ ମାର୍କ ଉଡ ୨ଟି ଓ୍ବିକେଟ୍ ନେଇଥିଲେ । ସେହିପରି ଜୋଫ୍ରା, ଓଭରଟନ ଏବଂ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।