ତମନ୍ନାଙ୍କ କଥା ଶୁଣି କାହିଁକି ନବରଙ୍ଗପୁର ଗଲା 5T ଟିମ୍ ?

1 min read

ନବରଙ୍ଗପୁର: 5T ଅଧିନରେ ବଦଳୁଛି ବିଦ୍ୟାଳୟର ରୂପରେଖ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ପାଠ ପଢ଼ିବା ପାଇଁ ଆଗ୍ରହ । ସରକାରୀ ସ୍କୁଲରେ ଘରୋଇ ସ୍କୁଲ ଠାରୁ ଅଧିକ ଉନ୍ନତ ଶିକ୍ଷା ମିଳୁଛି । ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ପିଲାବି ଆଗକୁ ବଢ଼ିଲେଣି । ଦେଶବିଦେଶ କଥା ଜାଣିବା ସହ ବଡ଼ ବଡ଼ ଲକ୍ଷ୍ୟ ରଖିଲେଣି । ସେଭଳି ଜଣେ ଛାତ୍ରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସରକାରୀ ନୋଡାଲ ବାପୁଜୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତମନ୍ନା ରାଣୀ ସିଂ । ଯାହାଙ୍କୁ ନେଇ ଏବେ ରାଜଧାନୀରୁ ନବରଙ୍ଗପୁର ଯାଏ ସବୁଠି ଚାଲିଛି ଚର୍ଚ୍ଚା ।

5T Team Meets Nabarangpur Girl Tamanna Rani Singh

ଗତ ୮ ତାରିଖରେ ବିଦ୍ୟାଳୟ ରୂପାନ୍ତୀକରଣ କାର୍ଯ୍ୟକ୍ରମରେ ଭିସି ଯୋଗେ 5T ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଥିଲେ ତମନ୍ନା । 5T ସଚିବ ତମନ୍ନାଙ୍କୁ ଜୀବନର ଲକ୍ଷ୍ୟ ନେଇ ପଚାରିଥିଲେ । ଆଉ ତମନ୍ନା ଯାହା କହିଥିଲେ, ସେଥିରେ ଚକିତ ହୋଇ ପଡ଼ିଥିଲେ ସମସ୍ତେ । ତମନ୍ନା କହିଥିଲେ ସେ କେ-ପପ୍ ଆଇଡଲ୍ ହେବାକୁ ଚାହୁଁଛନ୍ତି । ଏହା କଣ ବୋଲି ପ୍ରଶ୍ନ କରିଥିଲେ 5T ସଚିବ । ଉତ୍ତରରେ ତମନ୍ନା କରିଥିଲେ, ଏହା ଦକ୍ଷିଣ କୋରିଆର ଏକ ଫେମସ୍ ଡ୍ୟାନ୍ସ ଏବଂ ସେ ଦକ୍ଷିଣ କୋରିଆ ଯିବାର ଇଚ୍ଛା ପ୍ରକାଶ କରିଥିଲେ ।

5T Team Meets Nabarangpur Girl Tamanna Rani Singh

ତମନ୍ନାଙ୍କ ଠାରୁ ଏଭଳି ଶୁଣିବା ପରେ 5T ସଚିବଙ୍କ ନିର୍ଦ୍ଦେଶ କ୍ରମେ 5Tର ଏକ ୪ ଜଣିଆ ପ୍ରତିନିଧି ଦଳ ନବରଙ୍ଗପୁର ଯାଇ ତମନ୍ନାଙ୍କୁ ଭେଟି ଆଲୋଚନା କରିଛନ୍ତି । ତମନ୍ନାଙ୍କ ଇଚ୍ଛା ଓ ସେ ଦିଗରେ ପ୍ରସ୍ତୁତି ନେଇ କଥା ହୋଇଛନ୍ତି 5T ପ୍ରତିନିଧି ଦଳ । ଏହାପରେ ତମନ୍ନାଙ୍କ ପାଇଁ ନୂତନ ଆଶା ସଞ୍ଚାର ହୋଇଛି । ପିଲାଟି ଦିନରୁ ଅନେକ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି ତମନ୍ନା । ଏବେ ଉଚିତ୍ ଡ୍ୟାନ୍ସ ଶିକ୍ଷା ମିଳିଲେ ସେ ଆହୁରି ଆଗକୁ ବଢ଼ି ପାରିବେ ବୋଲି କହିଛନ୍ତି ତମନ୍ନାଙ୍କ ବାପା ।

5T Team Meets Nabarangpur Girl Tamanna Rani Singh

ପିଲାଟି ଦିନରୁ ନାଚ ପ୍ରତି ରହିଛି ତମନ୍ନାଙ୍କ ରୁଚି । ଲକଡାଉନ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ଅନଲାଇନ୍ କ୍ଲାସ୍ କରି ସାରିବା ପରେ ୟୁଟ୍ୟୁବରୁ ଡ୍ୟାନ୍ସ ଭିଡିଓ ଦେଖି କେ-ପପ୍‌ ଡ୍ୟାନ୍ସ ପ୍ରତି ଆଗ୍ରହଣ ପ୍ରକାଶ ସହ ଅଭ୍ୟାସ ଆରମ୍ଭ କରିଥିଲେ । ନୃତ୍ୟଶିକ୍ଷା ପାଇଁ ତାଙ୍କ କୌଣସି ଗୁରୁ ନ ଥିବା ବେଳେ ସେ ୟୁଟ୍ୟୁବରୁ ଡ୍ୟାନ୍ସ ଶିକ୍ଷୁଛନ୍ତି ।

Leave a Reply