ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

1 min read

ଭୁବନେଶ୍ୱର: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ ବୁଲି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି 5T ସଚିବ । ପୁରୀ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ 5T ସଚିବଙ୍କୁ ସବିଶେଷ ବୁଝାଇଥିଲେ । ସେହିପରି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଶ୍ରୀସେତୁ ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ ।

ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିଥିବା ବେଳେ, ଶ୍ରୀଜିଉଙ୍କୁ ଦର୍ଶନ ସହିତ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଅନ୍ୟାନ୍ୟ ଠାକୁରଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।