ପୁରୀରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

1 min read

ପୁରୀ: ପୁରୀ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡର, ଶ୍ରୀସେତୁ, ଶ୍ରୀଜଗନ୍ନାଥ ଷ୍ଟାଡିୟମ ଆଦି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5T ସଚିବ।

ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବେଢା ପରିକ୍ରମା ସହିତ ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଓ ପାର୍ଶ୍ବଦେବାଦେବୀ ମନ୍ଦିର ଦର୍ଶନ କରି ଭୁବନେଶ୍ବର ଫେରିଛନ୍ତି 5T ସଚିବ।