‘ନବୀନ ନିବାସରେ ଅଛି ତାଳପତ୍ର ପଙ୍ଖା, କେହି ପଚାରିଲେ ମହିମା ଧର୍ମ ବିଷୟରେ କୁହନ୍ତି ମୁଖ୍ୟମନ୍ତ୍ରୀ’

1 min read

ଢେଙ୍କାନାଳ: ଉନ୍ନତି ପଥେ ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ ପାଇଁ ସରକାରୀ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଦେଶ ଓ ରାଜ୍ୟର ଯେଉଁଠି ବି ମହିମା ଗାଦି ଅଛି, ସେସବୁର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତାବ ଦେବାକୁ 5T ସଚିବ ଭି.କେ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମା ଧର୍ମକୁ ଖୁବ ସମ୍ମାନ ଦିଅନ୍ତି । ନବୀନ ନିବାସରେ ଏକ ତାଳପତ୍ର ପଙ୍ଖା ରହିଛି । ପଙ୍ଖା ବିଷୟରେ କେହି ପଚାରିଲେ ମୁଖ୍ୟମନ୍ତ୍ରୀ ମହିମା ଧର୍ମ ବିଷୟରେ କୁହନ୍ତି । ମହିମା ଗୋଷାଇଁ ଓ ତାଙ୍କ ଅନୁଗାମୀ ଭୀମ ଭୋଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି  । ଦିବ୍ୟାଙ୍ଗଙ୍କ କଲ୍ୟାଣ ଦିଗରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଦିବ୍ୟାଙ୍ଗଙ୍କ ପାଇଁ ତାଙ୍କର ସମ୍ମାନ ରହିଛି । ଏବଂ ଯେହେତୁ ଭୀମଭୋଇ ଜଣେ ମହିମା ଧର୍ମୀ ଥିଲେ ତେଣୁ ତାଙ୍କ ନାଁରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି । କେବଳ ସେତିକି ନୁହେଁ, କାଲୁରିଆ- ଗୋରଡ଼ିଆକୁ ସଂଯୋଗ କରୁଥିବା ସେତୁର ନାମ ମହିମା ସେତୁ ଭାବେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯୋରନ୍ଦା ମହିମା ପୀଠରେ ପୂଜାର୍ଚ୍ଚନା ସହ ମହିମା ସାଧୁଙ୍କଠାରୁ ଆଶୀର୍ବାଦ ନେଇଥିଲେ ଭି. କେ ପାଣ୍ଡିଆନ । ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ଯୋରନ୍ଦା ପୀଠର ପାଇଁ ୧୦ କୋଟି ଟଙ୍କାରେ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ପୀଠରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ରାସ୍ତାଘାଟ, ଉନ୍ନତମାନର ଶୌଚାଳୟ, ପାର୍କ, ପୋଖରୀଗୁଡ଼ିକର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି । ବିଶ୍ରାମସ୍ଥଳୀ, ବଡ଼ମଠ, ଆଶ୍ରମ ଓ ମନ୍ଦିରଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠରେ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି । ଏସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବକଳଧାରୀ ଓ କୌପିନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।