ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା

1 min read

ରାୟଗଡ଼ା/ଗଜପତି/ବ୍ରହ୍ମପୁର: 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍‌ ଦକ୍ଷିଣ ଓଡ଼ିଶା ଗସ୍ତ କରି ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ କରୋନା ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଥମେ ରାୟଗଡ଼ାରେ ପହଞ୍ଚିଥିଲେ 5T ସଚିବ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଜେକେପୁରସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାରେ କରୋନା ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ସେହିପରି ଗଜପତି ଜିଲ୍ଲା ଆର. ସୀତାପୁର ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5T ସଚିବ । ଗଜପତି ଜିଲ୍ଲାକୁ ଫେରିବା ପାଇଁ ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଆ ପଞ୍ଜିକୃତ କରିଥିବା ବେଳେ ଏବେ ସୁଦ୍ଧା ୮ ଶହ ପ୍ରବାସୀ ଆସିଛନ୍ତି ।

ଏଥିସହ  ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, କବିସୂର୍ଯ୍ୟନଗର, ଆସ୍କା, ପୋଲସରା ଓ ବ୍ରହ୍ମପୁର ଗସ୍ତ କରି କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ 5T ସଚିବ । କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଏବେ ଯାଏଁ କୌଣସି ସଂକ୍ରମିତ ମାମଲା ଆସିନାହିଁ । ଅନ୍ୟପଟେ ମାତ୍ର ୧୪ ଦିନରେ ୨୬୪ ଜଣ ଆକ୍ରାନ୍ତଙ୍କ ସହ ଗଞ୍ଜାମ ଜିଲ୍ଲାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply