ଧର୍ମ ପାଳନ କଲେ ପାଣ୍ଡିଆନ: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସାରଥି ଭୂମିକାରେ ୫ଟି ସଚିବ

ଭୁବନେଶ୍ୱର: କରୋନା କଟକଣା ଭିତରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହି ଅବସରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିଜେ କାର୍ ଡ୍ରାଇଭ କରି ନବୀନ ନିବାସରୁ ଆସି ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିଥିଲେ ।

ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସାମାଜିକ ଦୂରତା ସମସ୍ତେ ପାଳନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ଆଲୋଚନା ଓ ବୈଠକ ନିଜ ବାସଭବନରୁ ଭିଡିଓ କନଫେରନସିଂ ଯୋଗେ କରୁଛନ୍ତି । ଏଭଳି ସ୍ଥିତିରେ ଏହି ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ଆଜି ପତାକା ଉତ୍ତୋଳନ ପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଏକ କାର୍‌ରେ ୪ଜଣ ଯାତ୍ରୀ ଯାତ୍ରା କରି ପାରିବେ । ଏହି ସଂଖ୍ୟା କମ୍ ହେଲେ ଆହୁରି ଭଲ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସଚିବ ନିଜେ କାର୍ ଡ୍ରାଇଭ୍ କରି ନବୀନଙ୍କୁ ଉତ୍ସବସ୍ଥଳକୁ ଆଣିଥିଲେ । ଏବଂ ଉତ୍ସବ ସରିବା ପରେ ନିଜେ କାର୍ ଡ୍ରାଇଭ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ପହଞ୍ଚାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପାଣ୍ଡିଆନଙ୍କ ଏହି ଚାଳକ ଭୂମିକାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପୂର୍ବରୁ ନବୀନ ନିବାସର ଏକ ଫଟୋ ଟୁଇଟରରେ ଟ୍ରେଣ୍ଡ କରିଥିଲା । ଯେଉଁଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଛିଡ଼ା ହୋଇଥିଲେ ପାଣ୍ଡିଆନ୍ ।

Leave a Reply