ବ୍ରହ୍ମପୁରରେ 5T ସଚିବ: ମାଆ ବୁଢ଼ୀ ଠାକୁରାଣୀଙ୍କ କଲେ ଦର୍ଶନ

1 min read

ବ୍ରହ୍ମପୁର: ବ୍ରହ୍ମପୁରରେ 5T ସଚିବ ଭିକେ ପାଣ୍ଡିଆନ । ମାଆ ବୁଢ଼ୀ ଠାକୁରାଣୀଙ୍କ କଲେ ଦର୍ଶନ । ସାଙ୍ଗରେ ଅଛନ୍ତି ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପି । ମାଆଙ୍କ ଦର୍ଶନ ପରେ ସ୍ଥାୟୀ ମନ୍ଦିରକୁ ଯାଇ ବିକାଶ କାର୍ଯ୍ୟ ସମୀକ୍ଷା କରିବେ ।

ଆସନ୍ତାକାଲି ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଶେଷ ଦିନ । ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରାରେ ବେଶ ଜନସମାଗାମ ହୋଇଥାଏ । ଆଜି ମାଆଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ 5T ସଚିବ ଭିକେ ପାଣ୍ଡିଆନ । ବ୍ରହ୍ମପୁରରେ ପହଞ୍ଚିବା ପରେ ଦେଶୀବେହେରା ସାହିରେ ହୋଇଥିବା ଅସ୍ଥାୟୀ ମନ୍ଦିରକୁ ଯାଇ ମାଆ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ମାଆଙ୍କୁ ଦୀପଦାନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ମାଆଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ ।

ସ୍ଥାୟୀ ମନ୍ଦିରରେ ଦୀପଜାଳି ରାଜ୍ୟବାସୀଙ୍କ କଲେ ମଙ୍ଗଳକାମନା

ଅସ୍ଥାୟୀ ମନ୍ଦିରରେ ମାଆଙ୍କ ଦର୍ଶନ କରିବା ପରେ ସ୍ଥାୟୀ ମନ୍ଦିରକୁ ଯାଇଥିଲେ 5T ସଚିବ । ସେଠାରେ ସେ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ । ଏହାପରେ ମନ୍ଦିରର ମାନଚିତ୍ର ଦେଖିବା ସହ ଉନ୍ନତିକରଣ ନେଇ ସ୍ଥାନୀୟ ପ୍ରଶାସନ ଓ ପୂଜକଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ 5T ସଚିବ ସେଠାରୁ ପ୍ରସ୍ଥାନ କରିଥିଲେ । ଏହି ସମୟରେ ତାଙ୍କୁ ଦେଖା କରିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଯାତ୍ରାକୁ ଆସିଥିବା ଲୋକେ ତାଙ୍କ ସହ ହାତ ମେଳାଇବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା ।