ବାମଣ୍ଡା ମଡେଲ ଡିଗ୍ରୀ କଲେଜରେ 5T ସଚିବ, ଯୋଗ ଓ ଧ୍ୟାନ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

1 min read

ବୌଦ୍ଧ:ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ମଡେଲ ଡିଗ୍ରୀ କଲେଜ ବାମଣ୍ଡାରେ ପହଁଚି 5T ସଚିବ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସହ ହାତ ମିଶାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ପାଖରେ 5T ସଚିବଙ୍କୁ ଦେଖି ଖୁସିରେ ବିଭୋର ହୋଇ ପଡିଥିଲେ ଛାତ୍ରଛାତ୍ରୀ । ମଡେଲ ଡିଗ୍ରୀ କଲେଜ ବାମଣ୍ଡାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ହାତ ମିଶାଇ ଉତ୍ସାହିତ କରିଥିଲେ । 5T ସ୍କୁଲ ରୂପାନ୍ତର କେମିତି ହୋଇଛି ବୋଲି ସେ ପଚାରିଲେ? ସମସ୍ତ ବ୍ୟବସ୍ଥା ନେଇ କଥା ହୋଇଥିଲେ 5t ସଚିବ । ବୌଦ୍ଧର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ 5T ରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କ କଲେଜରେ ସ୍ମାର୍ଟ କ୍ଲାସ ହେବ, ଭଲ ଟୟଲେଟ୍ ହେବ ।

ନିଜ ଓ ବାପା ମାଙ୍କ ସ୍ୱପ୍ନ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଏହା କରିଛନ୍ତି । ସବୁ ଆଧୁନିକ ସୁବିଧା ବୌଦ୍ଧ କଲେଜ ପାଇବେ । ଆପଣଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଏହି କାମ କରିଛନ୍ତି । ଆପଣ ସହଯୋଗ କରନ୍ତୁ, ଭଲ ପାଠ ପଢ଼ନ୍ତୁ, କଠିନ ପରିଶ୍ରମ କରନ୍ତୁ, ଘର ତିଆରିରେ ଯେପରି ବାପା ମାନଙ୍କୁ ସହଯୋଗ କରୁଛନ୍ତି, ସେହିପରି କଲେଜ ବି ଆପଣଙ୍କ ଘର । ମିଶିକି କାମ କରନ୍ତୁ । ନିଜ ଭିତରେ ଆଟାଚମେଣ୍ଟ ଆସିବ । କଲେଜ ଓ କ୍ଲାସରୁମର ଫୋଟୋ ନେବେ । 6 ମାସ ଭିତରେ କଲେଜ ରୂପାନ୍ତର ହୋଇଯିବ । ସେ ଫୋଟୋ ବି ନିଅନ୍ତୁ । ଏହା ଆପଣଙ୍କର ସ୍ମୃତି ହୋଇଯିବ । ଆପଣ ମାନେ ଇନଷ୍ଟାଗ୍ରାମରେ ତାହା ପୋଷ୍ଟ କରନ୍ତୁ । ସେ ସବୁ ମତେ ପୋଷ୍ଟ କରିକି ଦେବେ ।

ଆପଣଙ୍କ କଲେଜର ଉନ୍ନତି ଆପଣଙ୍କ ହାତରେ । ସମସ୍ତଙ୍କ ସହଯୋଗ ଯୋଗୁଁ 5T ରୂପାନ୍ତର ସଫଳ ହୋଇଛି । ଏହି ଅବସରରେ 5T ସଚିବ ଭିକେ ପାଣ୍ଡିଆନ ପିଲାମାନଙ୍କୁ ପ୍ରଶ୍ନ କରିଥିଲେ ଯେ ଭଗମାନ ଆମକୁ ଏହି ଶରୀର ଦେଇଛନ୍ତି, ପ୍ରତିଦିନ କିଏ କିଏ ସ୍ୱିମିଙ୍ଗ, ଯୋଗ, ସାଇକ୍ଲିଙ୍ଗ କରନ୍ତି? ଏଥିରେ ଅନେକ ପିଲା ହାତ ଉଠାଇଥିଲେ । ଭିକେ ପାଣ୍ଡିଆନ ଏଥିରେ ଖୁସି ବ୍ୟକ୍ତ କରିବା ସହ କରିଥିଲେ ନିଜ ଶରୀର ଉପରେ ଦିନକୁ ଅଧ ଘଣ୍ଟା ଧ୍ୟାନ ଦିଅନ୍ତୁ । ମନର ଶାନ୍ତି ପାଇଁ ଅତିକମରେ ୧୫ ମିନିଟ ଯୋଗ ଓ ଧ୍ୟାନ କରିବାକୁ ପିଲାଙ୍କୁ ମନ୍ତ୍ର ଦେଇଥିଲେ ସଚିବ ।

ଏହା ତାଙ୍କର ନିଜସ୍ୱ ଅନୁଭୂତି ଏବଂ ଏଥିରୁ ଆତ୍ମବିଶ୍ୱାସ ମିଳିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଆଗକୁ ଭିକେ ପାଣ୍ଡିଆନ କହିଥିଲେ ଭଲ ସାଙ୍ଗମାନେ ଆତ୍ମବିଶ୍ୱାସ ବଢ଼ାନ୍ତି । ଖରାପ ସାଙ୍ଗ ଆତ୍ମବିଶ୍ୱାସ କମାଇଥାନ୍ତି । ତେଣୁ ଭଲ ସାଙ୍ଗ ଚୟନ କରିବାକୁ ପରାମର୍ଶ ଦେଇଥିଲେ । 5T ସଚିବ ଆଗକୁ କହିଥିଲେ ମୁଁ ସ୍କୁଲରେ ପଢ଼ିବା ବେଳେ ୨୦ କିଲୋମିଟର ଯିବା ଆସିବା କରୁଥିଲି । ସରକାରୀ ସ୍କୁଲରେ ପଢୁଥିଲି ଆଉ ଆଜି ଆପଣଙ୍କ ଆଗରେ କଥା ରଖୁଛି । ଆପଣମାନେ ମଧ୍ୟ ଦିନେ ବଡ଼ ସଫଳ ମଣିଷ ହେଲେ ମୋତେ ଚିଠି ପଠାଇବେ ।ଏଥିସହିତ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ 5T ସଚିବ ।