ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ସଚିବଙ୍କ ଅଚାନକ କେନ୍ଦ୍ରାପଡ଼ା ଗସ୍ତ

1 min read
Kendrapara 5T Secretary

କେନ୍ଦ୍ରାପଡା: 5T ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ କେନ୍ଦ୍ରାପଡ଼ା ଗସ୍ତ । ମହାକାଳପଡା ବ୍ଲକ ଆଖଡାଶାଳୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଅଞ୍ଚଳ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କିଛି ଉଚ୍ଚ ପଦାଧିକାରୀ 5T ସଚିବ ଙ୍କ ସହିତ ରହିଥିଲେ ।

ଏହା ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିରକୁ ମଧ୍ୟ 5T ସଚିବ ଭିକେ ପାଣ୍ଡିଆନ୍ ଅଚାନକ ଗସ୍ତ କରିଥିଲେ । ୧୯ ଡିସେମ୍ବର ଭୋର ୫ଟା ସମୟରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ୨୩ ତାରିଖରେ ମନ୍ଦିର ଖୋଲିବାକୁ ନିଷ୍ପତି ହୋଇଥିବାରୁ ଏହାର ସମୀକ୍ଷା ପାଇଁ ଯାଇଥିଲେ ସଚିବ ।

ସୂଚନା ମୁତାବକ, ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ତାଙ୍କ ସହ ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି  ।

SOP ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି ।

Leave a Reply