୨୩ରେ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ୍

1 min read

ପୁରୀ: ଆଜି ଭୋର ୫ଟା ସମୟରେ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଏହି ସମୟରେ ସେ  ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି ।

ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ଏକପ୍ରକାର ସୂଚନା ଥିବା ବେଳେ 5T ସଚିବଙ୍କ ଏହି ଗସ୍ତ ଏକ ସବୁଜ ସଂକେତ ବୋଲି ଜଣାଯାଉଛି ।

ସୂଚନା ମୁତାବକ ବ୍ୟବସ୍ଥାର ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ୫T ସଚିବ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି  ।

ଏସଓପି ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି।

Leave a Reply