spot_img

Latest Posts

ଜିରାଙ୍ଗରେ ବୌଦ୍ଧ ମନ୍ଦିର ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ

ଜିରାଙ୍ଗ: ଗଜପତିରେ 5T ସଚିବ ଭି.କେ ପାଣ୍ଡିଆନ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି। ଗଜପତି ଗସ୍ତର ଦ୍ବିତୀୟ ଦିନରେ ତିବ୍ଦତୀୟ ବୌଦ୍ଧ ମନ୍ଦିର ଦର୍ଶନ ସହ ତିବ୍ଦତୀୟ କମ୍ୟୁନିଟି ସହ ଆଲୋଚନା କରିଛନ୍ତି । ଗସ୍ତ ସମୟରେ ତିବ୍ଦତୀୟ ମାନେ ନିଜର ପାରମ୍ପରିକ ବେଶ ପୋଷାକ ପରିଧାନ କରି ଉତ୍ସାହର ସହ ଅପେକ୍ଷା କରିଥିଲେ। ପରେ ମନ୍ଦିର ଦର୍ଶନ କରିବା ସହ 5T ସଚିବ ସେଠାରେ କିଛି ସମୟ ପାଇଁ ଧ୍ୟାନରେ ବସିଥିବା ଦେଖିବାକୁ ମିଳିଥିଲା ।

ଜିରାଙ୍ଗ ମୋନେଷ୍ଟି କାଫେରେ ଜଳଖିଆ କରିବା ପରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ ପାଇଁ ଯିବେ ଫାଇଭ-ଟି ସଚିବ । ସେଠାରେ ପ୍ରକଳ୍ପର ଅଗ୍ରଗତିର ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିବେ  । ପରେ ଗୁମ୍ମାରେ ଫାଇଭ-ଟି ସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି  । ସେଠାରୁ ମୁନିସିଙ୍ଗି ଯାଇ ରବର ଚାଷ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ।

ଏହାପରେ ମୁନିସିଙ୍ଗି ସ୍କୁଲ ଯାଇ ପିଲାଙ୍କ ସହ କଥା ହେବେ ପାଣ୍ଡିଆନ। ପରେ ପାରଳାଖେମୁଣ୍ଡି ମ୍ୟୁନିସପାଲଟି, ଏନଏସିର କାଉନସିଲର ଓ ଚେୟାରମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରାମସାଗର ଗସ୍ତ କରି ଏହାର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିବେ ଫାଇଭ-ଟି ସଚିବ। ସେହିପରି କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ଅନୁଧ୍ୟାନ କରିବେ। ପରେ ଗୋଷାଣୀ ବ୍ଲକ ଗସ୍ତକରି ମିଶନ ଶକ୍ତି କାଫେରେ ମାଆମାନଙ୍କ ସହିତ ଆଲୋଚନା କରିବେ।

Latest Posts

Don't Miss