କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ଚିକିତ୍ସା ସୁବିଧାର ଅନୁଧ୍ୟାନ କଲେ 5T ସଚିବ

1 min read

ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ହେବ ଆମ ହସ୍ପିଟାଲର ମଡେଲ ହସ୍ପିଟାଲ । ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି.କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀଙ୍କ ଚିକିତ୍ସା । ତାହାକୁ ନେଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଥିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଥିଲେ । ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲର ମାଷ୍ଟର ପ୍ଲାନ୍ ଦେଖିବା ସହ ସ୍ବାସ୍ଥ୍ୟ ସଚିଙ୍କ ସହ ଆଲୋଚନା କରିଥିଲେ । ହସ୍ପିଟାଲ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବହିର୍ବିଭାଗ, ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଅନ୍ୟପଟେ ହୃଦରୋଗ ବିଭାଗରେ ଶୌଚାଳୟ ବ୍ୟବସ୍ଥା କିପରି ରହିଛି ତାହାକୁ ବୁଲି ଦେଖିଛନ୍ତି 5T ସଚିବ । ରୋଗୀ ସେବା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସବିଶେଷ ବିବରଣୀ ପ୍ରଦର୍ଶିତ ହେଉଛି କି ନାହିଁ ତାହାର ମଧ୍ୟ ତଦାରଖ କରିଛନ୍ତି । ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ହସ୍ପିଟାଲର ରୋଗୀସେବା ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଆମ ହସ୍ପିଟାଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ଉନ୍ନତି କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ଏହାକୁ ପାଇଲଟ ଯୋଜନା ଭାବେ ଗ୍ରହଣ କରାଯାଇଛି ।