ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ

1 min read

ପୁରୀ: ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ । ଏହାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ବ ମଙ୍ଗଳ ପାଇଁ କଲେ ପ୍ରାର୍ଥନା । ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାଣ୍ଡିଆନ ଭୁବନେଶ୍ବର ଫେରିଛନ୍ତି ।

ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ସୂଚନାଯୋଗ୍ୟ ପାଣ୍ଡିଆନ ନିୟମିତ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରୁଛନ୍ତି । ଏହାସହ ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ଚାଲିଥିବା କାମର ଅଗ୍ରଗତି ମଧ୍ୟ ବୁଲି ଦେଖୁଛନ୍ତି । ପୁରୀକୁ ବିଶ୍ବସ୍ତରୀୟ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପୁରୀ ଆସିବାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାମ ହାତକୁ ନେଇଛନ୍ତି ।