ପୁରୀରେ 5-T ସଚିବ ଭି.କେ ପାଣ୍ଡିଆନ, ଶ୍ରୀଜିଉଙ୍କ ଦର୍ଶନ ସହ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

1 min read

ପୁରୀ: ପୁରୀରେ 5-T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାମକୁ ବୁଲି ଦେଖିଥିଲେ 5T ସଚିବ । ସାଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଓବିସିସି ଓ ଅନ୍ୟାନ୍ୟ ଅଧିକାରୀ ରହିଥିବା ବେଳେ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ 5T ସଚିବ । ଦର୍ଶନ ସାରି ବାହାରିବା ପରେ ପ୍ରକଳ୍ପ ଚତୁଃପାର୍ଶ୍ୱକୁ ବୁଲି ଦେଖିଥିଲେ । ପୂର୍ବରୁ ମଧ୍ୟ ସେ ବହୁବାର ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ, ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ବିକାଶମୂଳକ କାର୍ଯ୍ୟକୁ ସୁରୁଖୁରରେ ସାରିବା ଉପରେ ଗୁରୁତ୍ୱ ଦେଇଥିଲେ ।