ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କଲେ, ଗ୍ରାଉଣ୍ଡରେ ବିକାଶର ତଦାରଖ କଲେ

1 min read

ନବରଙ୍ଗପୁର: ବିକାଶରେ ଯୋଡିହେଉଛି ନୂଆ ଅଧ୍ୟାୟ । ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଗସ୍ତର ପ୍ରଥମ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ , ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାର ବିକାଶରେ କ’ଣ ସବୁ ଅସୁବିଧା ରହିଛି ? କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିଛନ୍ତି ।

ଏଥିରେ ଜିଲ୍ଲାର ବହୁ ସାମାଜିକ ସଙ୍ଗଠନ ନିଜ ସମସ୍ୟା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସର୍କିଟ ହାଉସରେ ଗ୍ରିଭାନ୍ସ ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ଫାଇଭ-ଟି ସଚିବ । ପରେ ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଛନ୍ତି 5T ସଚିବ ।

ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ ରହିଛି ବୋଲି 5ଟି ସଚିବ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କ କଣ ସବୁ ଆବଶ୍ୟତା ରହିଛି ସେ ଉପରେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ପିଲାଙ୍କ ଷ୍ଟଡିରୁମ୍, ଖେଳ ସାମଗ୍ରୀ, ଟିଉସନ୍ ଟିଚର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପାଇଭ-ଟି ସଚିବ । ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।