ବାବା ଲୋକନାଥଙ୍କ ପୀଠର ବଦଳିବ ଚିତ୍ର, ସ୍ଥିତି ସମୀକ୍ଷା କଲେ 5T ସଚିବ

1 min read

ପୁରୀ: ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇଭ- ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମିଶି ମନ୍ଦିରର ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ ।

ଶ୍ରଦ୍ଧାଳୁମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ କ୍ଯୁ ସିଷ୍ଟମ, ପିଣ୍ଡି, ସ୍ବତନ୍ତ୍ର ବ୍ଲକ, ଶୌଚାଳୟ, ଭେଣ୍ଡିଙ୍ଗ ଜୋନ ଆଦି ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ କରିଥିବା ପ୍ଲାନ ଉପରେ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ସେବାୟତଙ୍କ ଦାବିକୁ ନେଇ ଜିଲ୍ଲାପ୍ରଶାସନ ପ୍ରସ୍ତୁତ କରିଥିବା ଏକ ନକ୍ସା ବିଷୟରେ ଫାଇଭ ଟି ସଚିବଙ୍କୁ ଅବଗତ କରାଇଯାଇଛି ।

୧୪ ଏକର ପରିମିତ ଅଞ୍ଚଳରେ ଏହି ନିର୍ମାଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୀଠର ଚତୁଃର୍ପାଶ୍ବରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବାକୁ ଥିବା ବେଳେ ମନ୍ଦିରର ଭିତର ବେଢା, ବାହାର ବେଢା ଏବଂ ପାର୍ବତୀ ସାଗରର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବାକୁ ଲକ୍ଷ ରଖାଯାଇଛି । ଫାଇଭ-ଟି ସଚିବଙ୍କ ଗସ୍ତକୁ ସ୍ବାଗତ କରିବା ସହ ସେବାୟତମାନେ ପ୍ରଶଂସା କରିଛନ୍ତି ।