ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍, ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।

ସ୍ମାର୍ଟ କ୍ଲାସ ରୁମ୍ ଓ ଇ-ଲାଇବ୍ରେରୀ ସହ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ 5T ସଚିବ । ଏହାପରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ କରିଥିଲେ 5T ସଚିବ । ସ୍କୁଲର ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଯେଉଁ ସବୁ ସମସ୍ୟା ରହିଛି, ସେସବୁର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ 5T ସଚିବ ।

ଛାତ୍ରଛାତ୍ରୀମାନେ 5T ସଚିବଙ୍କୁ ପାଖରେ ପାଇ ଖୁସି ପ୍ରକାଶ କରିବା ସହ ଧନ୍ୟବାଦ ଦେଇଥିଲେ । ଏହାପରେ ତୁମକେଲାରେ ବିଜୁ ସେତୁ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଭଲ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ତୁମକେଲା ପରେ ବଣାଇଁ ବାଣେଶ୍ବର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଥିଲେ ଭି.କେ ପାଣ୍ଡିଆନ୍ । ମନ୍ଦିରରେ ପୂଜା କରିବା ସହ ସେବାୟତ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲେଚାନା କରିଥିଲେ । ମନ୍ଦିରକୁ 5T ସଚିବ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ ସେବାୟତ ।

ବଣାଇଁରେ ହକି ତାଲିମ କେନ୍ଦ୍ର ଗସ୍ତ କରି ହକି ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏସଏଚଜି ମହିଳାଙ୍କ ଦ୍ବାରା ପରିଚାଳିତ ହେଉଥବା ମିଶନ ଶକ୍ତି କାଫେ ଗସ୍ତ କରି ଭୋଜନ କରିଥିଲେ । ଏଠାରେ ଭଲ ଖାଦ୍ୟ ଦିଆଯାଉଥିବା କହିଥିଲେ 5T ସଚିବ । ଏହାପରେ ମିଶନ ଶକ୍ତି କାଫେ ସଦସ୍ୟଙ୍କ ସହ ଫଟୋ ଉଠାଇଥିଲେ ।