ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ 5T ସଚିବ ଭି.କେ ପାଣ୍ଡିଆନ
1 min read
ନବରଙ୍ଗପୁର: ଆହାର କେନ୍ଦ୍ରର ଖାଦ୍ୟ କେତେ ସ୍ବାଦିଷ୍ଟ, ତା’ର ସାର୍ଟିଫିକେଟ ଦେଲା କୁନି ପିଲା । ନିଜ ବାପାଙ୍କ ସହ ଆହାର କେନ୍ଦ୍ରରେ ଖୁସିରେ ଖାଉଥିଲା କୁନି ପିଲାଟି । ନବରଙ୍ଗପୁରର ଏକ ଆହାର କେନ୍ଦ୍ରକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ 5T ସଚିବ ଭି.କେ ପାଣ୍ଡିଆନ । ଆହାର କେନ୍ଦ୍ରର ଖାଦ୍ୟ କେମିତି ଅଛି ବୋଲି ପ୍ରଥମେ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କୁ ପଚାରିଥିଲେ । ଆହାର କେନ୍ଦ୍ର ଖାଦ୍ୟ ଖୁବ ଭଲ ବୋଲି ସେ କହିବା ପରେ ପାଖରେ ବସି ଖାଉଥିବା ଶିଶୁକୁ 5T ସଚିବ ଖାଦ୍ୟ କେମିତି ଲାଗୁଛି ବୋଲି ପଚାରିଥିଲେ । ପିଲାଟି କିଛି ନକହି ହାତରେ ଠାରି ବହୁତ ସୁଆଦିଆ ବୋଲି କହିଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଆହାର କେନ୍ଦ୍ର କର୍ମଚାରୀଙ୍କ ସମେତ 5T ସଚିବ ଖୁସିରେ ହସି ଉଠିଥିଲେ । ପରେ ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଗୋଟିଏ ଟେବୁଲରେ ବସି ଭୋଜନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ ।