ଶିକ୍ଷାର୍ଥୀଙ୍କୁ କଠିନ ପରିଶ୍ରମ କରି ଭଲ ମଣିଷ ହେବାର ପରାମର୍ଶ ଦେଲେ 5T ସଚିବ

1 min read

ପୁରୀ: ପୁରୀ ତାଳବଣିଆ ପଡିଆରେ 5T ସଚିବ ଭିକେ ପାଣ୍ଡିଆନ । ସେଠି ଉପସ୍ଥିତ କଲେଜ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି । ଏଥିସହିତ ସେ ପଲାମାନଙ୍କୁ ସ୍ୱପ୍ନ ପୂରଣ ଦିଗରେ କଣ କରିବାକୁ ପଡ଼ିବ ସନେଇ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି । 5T ସଚିବ ନିଜ ଭାଷଣରେ କରିଛନ୍ତି, ସ୍କୁଲ ପରି ନିଷ୍ଠାର ସହ କଲେଜ ରୂପାନ୍ତରରେ ସହଯୋଗ କରନ୍ତୁ । କାରଣ ମୁଖ୍ୟମନ୍ତ୍ରୀ ଦେଉଥିବା ଟଙ୍କା ଆପଣମାନଙ୍କ ଟଙ୍କା । କଠିନ ପରିଶ୍ରମ କରି ଭଲ ମଣିଷ ହୁଅନ୍ତୁ । ଏହା ମୁଖ୍ୟମନ୍ତ୍ରୀଙ୍କୁ ଆପଣଙ୍କ ରିଟର୍ଣ୍ଣ ଗିଫ୍ଟ ହେବ । ସମସ୍ତଙ୍କ ଇଚ୍ଛା ଥିବ ବଡ଼ ମଣିଷ ହେବାକୁ । ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ସଶକ୍ତ କରିଛନ୍ତି । ବଡ଼ ସହରର ସ୍କୁଲରେ ଯେଉଁ ସୁବିଧା ମିଳୁଛି ସେହିପରି ସୁବିଧା ଗାଁର ସ୍କୁଲରେ ଦେଇଛନ୍ତି ।

ଏଥିରେ ସ୍ମାର୍ଟ କ୍ଲାସ, ଲାଇବ୍ରେରୀ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଆପଣଙ୍କ ସ୍ବପ୍ନ ସାକାର ହେବ । ଏହି ବ୍ୟବସ୍ଥା ଆପଣମାନଙ୍କ ଆତ୍ମବିଶ୍ଵାସ ବଢାଇବ । ନୂଆ ବର୍ଷରେ ନୂଆ ସ୍ମାର୍ଟ କ୍ଲାସରେ ପଢିବେ । ତେଣୁ ଆପଣ କଲେଜ ବିକାଶରେ ଶ୍ରମ ଦିଅନ୍ତୁ । ଆପଣ ମାନେଦେଶର ଭବିଷ୍ୟତ । କାମ ଆରମ୍ଭରୁ ଭିଡିଓ କରିବେ, ଶ୍ରମ ଦାନର ବି ଫୋଟୋ ନେବେ । ଶେଷରେ କଲେଜ ରୂପାନ୍ତରର ବି ଫୋଟୋ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ । ଏହା ଆପଣଙ୍କ ସ୍ମୃତି ହୋଇ ରହିବ । ଏହାପରେ ସଚିବ ଶରୀର ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସଚିବ କହିଥିଲେ, ଶରୀର ପାଇଁ କେତେ ସମୟ ଦେଉଛନ୍ତି? କେତେ ପିଲା ପ୍ରତିଦିନ ଅଧ ଘଣ୍ଟା ବ୍ୟାୟମ କରୁଛନ୍ତି? ଯୋଗ, ସାଇକ୍ଲିଂ ବା ଯାହା ଅଛି କରନ୍ତୁ ।

ଫିଟ ରହିବେ ଓ ଆତ୍ମବିଶ୍ଵାସ ବଢିବ । ଆଜି ପ୍ରତିଦ୍ୱନ୍ଦିତାର ସମୟ । ତେଣୁ ପରିଶ୍ରମ କରିବାକୁ ପଡିଵ । 15 ମିନିଟ ଧ୍ୟାନରେ ବସନ୍ତୁ ଯାହାଦ୍ୱାରା ସ୍ମରଣଶକ୍ତି ବଢିବ । ଜୀବନରେ ବିଜୟ ପରାଜୟ ଭିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଆତ୍ମବିଶ୍ୱାସ । ଏହା ମୋ ଅନୁଭୂତି । ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡିଵ । ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ । ସେ ଆମ ଆତ୍ମବିଶ୍ଵାସକୁ ପ୍ରଭାବିତ କରି ପାରିବେ । ସେମାନେ ଆତ୍ମବିଶ୍ଵାସ ବଢ଼ାଇ ପାରିବେ କି କମାଇ ପାରିବେ ତେଣୁ ଭଲ ସାଙ୍ଗ ବାଛନ୍ତୁ । ମୁଁ MSC କୃଷି ପାଠ ପଢ଼ିଛି । ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିବି ବୋଲି ଚାହିଁଲି । କେବଳ ସେଠାରେ ହିଁ ଆବେଦନ କଲି । ଟିକେ ଡରି ଗଲି ଯଦି ନ ହେବ, ବାପା ରାଗିବେ ଆଉ କେଉଁଠି ଆବେଦନ କରିଥିଲେ ହୋଇଥାନ୍ତା । ମୁଁ ମୋ ସାଙ୍ଗକୁ ଏ ସମ୍ପର୍କରେ କହିଲି, ସେ ମତେ ଏମିତି ବୁଷ୍ଟ କଲା ଯେ ସାରା ଦେଶରେ ମୁଁ ଏକ ନମ୍ବରରେ ଆସିଲି ।

ଭାବି ଚିନ୍ତି ସାଙ୍ଗ ଚୟନ କରନ୍ତୁ । ଭଲ ସାଙ୍ଗ ଆପଣଙ୍କୁ ସଫଳତାର ମାର୍ଗ ଦେବେ । ଗୁରୁ ମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବେ । ମୋର ଅନୁରୋଧ, ଗୁରୁମାନେ ପିଲାମାନଙ୍କ ଭବିଷ୍ୟତ ଗଢିବାକୁ । ଗୁରୁମାନେ ଜୀବନରେ ବଡ଼ ଭୂମିକା ନିଅନ୍ତି । ସେମାନଙ୍କୁ ଯେତିକି ସମ୍ମାନ ଦେବେ, ସେମାନେ ସେତିକି ଭଲ ଜ୍ଞାନ ଦେଇ ପାରିବେ । ଆପଣମାନେ ଠିକ ସମୟରେ ଆସିଲେ, ପିଲା ସମୟାନୁବର୍ତ୍ତିତା ଶିଖିବେ । କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି । ଯୁକ୍ତ ଦୁଇରେ ରେ ମୋ ଜୀବ ବିଜ୍ଞାନ ଶିକ୍ଷକଙ୍କ ପିଲାର ମୃତ୍ୟୁ ହୋଇଗଲା । ସେ କିନ୍ତୁ ଆମକୁ ଭଲ ଭାବେ ପଢାଇ ଚାଲିଲେ । ସେ କହିଲେ, ମୋର ଗୋଟେ ଛୁଆ ଗଲା ହେଲେ ଆହୁରି ଛୁଆଙ୍କ ଭବିଷ୍ୟତ ଅଛି ।

ମୁଁ ନିଜେ 20 କିଲୋମିଟର ସାଇକେଲରେ ଯାଇ ପାଠ ପଢ଼ୁଥିଲି । ଖରାରେ ଓଦା ହୋଇ ଯାଇଥାଏ ଡ୍ରେସ ହେଲେ ପରିଶ୍ରମ କରି ଚାଲିଥିଲି । କାରଣ ଏହି ୫ ପାଞ୍ଚ ବର୍ଷ ଆଗକୁ ୫୦ ବର୍ଷ ପାଇଁ କାମ ଦେବ । 1995-2000 ଯାଏ ପ୍ରତିଦିନ 15 ଘଣ୍ଟା ପଢ଼ିଲି । 2000 ରେ IAS ପାଇଲି ଓ 2005 ରେ ଓଡ଼ିଶାର ସର୍ବ କନିଷ୍ଠ ଜିଲ୍ଲାପାଳ ହେଲି । ସେ ସମୟରେ ମୟୁରଭଞ୍ଜ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇତିଲି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ମୁଁ ଯଦି ସରକାରୀ ସ୍କୁଲରେ ପଢି IAS ହୋଇ ପାରିଲି, ଆପଣ ମାନେ ବି କରି ପାରିବେ । ବାପା ମାଆ ଓ ନିଜ ସ୍ବପ୍ନକୁ ସାକାର କରନ୍ତୁ । ବଡ଼ ମଣିଷ ହୋଇ ମତେ ମେଲ କରିବେ ।  ଆଜି ବି ମତେ ଏମିତି ମେଲ ଆସୁଛି, ମତେ ବହୁତ ଏହା ଖୁସି ଲାଗେ ବୋଲି 5T ସଚିବ ଭିକେ ପାଣ୍ଡିଆନ କହିଛନ୍ତି । କେବଳ ପାଠ ନୁହେଁ, ସୁଖୀ ଏବଂ ସୁସ୍ଥ ଜୀବନ ବଞ୍ଚିବାକୁ ଚେଷ୍ଟା କରିବାକୁ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ।