ଫୋକସରେ ସ୍ୱର୍ଣ୍ଣ ତ୍ରିଭୁଜ, କୋଣାର୍କର ସୂର୍ଯ୍ୟମନ୍ଦିର ବୁଲିଲେ ୫-ଟି ସଚିବ

1 min read

କୋଣାର୍କ : ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରେ ଏବେ ସରକାରଙ୍କ ଫୋକସରେ କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହେବ ପ୍ଲାନ୍ ।


ଜାନୁଆରୀରେ ଥଣ୍ଡା ସକାଳ । ସମସ୍ତେ ଉଠିବା ଆଗରୁ କୋଣାର୍କରେ ଥିବା ସୂର୍ଯ୍ୟମନ୍ଦିର ଏବଂ ଚନ୍ଦ୍ରଭାଗା ବୁଲିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ସକାଳୁ ୫-ଟି ସଚିବ ଅଚାନକ କୋଣାର୍କ ଗସ୍ତ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ମଧ୍ୟ ଉପସ୍ଥିତ ଥିଲେ ।


ପୂର୍ବରୁ ପୁରୀ ପାଇଁ ହେରିଟେଜ୍ କରିଡରର ନକ୍ସା ଓ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ କେଦାରଗୌରୀ ପ୍ରକଳ୍ପ ଘୋଷଣା କରିସାରିଛନ୍ତି ସରକାର । ଏବେ କୋଣାର୍କର ଚତୁର୍ପାଶ୍ୱ ବିକାଶ ସହିତ ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଛି ।

ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ ସହ ଐତିହ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ପ୍ଲାନକୁ ଆଗେଇ ନେଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

Leave a Reply