spot_img

Latest Posts

ଶେଷ ପର୍ଯ୍ୟାୟରେ ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ବଦଳୁଛି ବରମୁଣ୍ଡା ବସଷ୍ଟାଣ୍ଡର ଭାଗ୍ୟ। ଲାଗୁଛି ବିକାଶର ରଙ୍ଗ। ଶେଷ ପର୍ଯ୍ୟାୟରେ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ। ୧୧ ଦଶମିକ ୪୮ ଏକର ଜମିରେ ୧୮୦ କୋଟି ଟଙ୍କାରେ ଏହାର ନିର୍ମାଣ ଜାରି ରହିଛି । ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢେ ୪ ଏକର ଜମି ରହିଛି।

ଏକ୍ସାଲେଟର, ଏଲିଭେଟର, ୱାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଦୈନିକ ୨ ହଜାର ବସ ଚଳାଚଳ ଲକ୍ଷ୍ୟ ରଖାଯାଇଛି । ଅଣ୍ଡରଗ୍ରାଉଣ୍ଡ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ସେହିପରି ସମ୍ପୂର୍ଣ୍ଣ ବସ ଟର୍ମିନାଲ ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ । ବିମାନବନ୍ଦରରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ  ହେବ। ପାର୍କିଂ, ଏଟିଏମ୍, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଭଳି ବ୍ୟବସ୍ଥା କରାଯାଉଛି।

ନିର୍ମାଣସ୍ଥଳ ପରିଦର୍ଶନ କରି 5T ସଚିବ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖିଥିଲେ। ତଦନୁଯାୟୀ, ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି। ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍‌ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ Pick-Up ଓ Drop-Off ବ୍ୟବସ୍ଥା ରହିବ ।  ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ Wi-Fi ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତତ୍‌ବ୍ୟତିତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ବସ୍‌ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।

Latest Posts

Don't Miss