ସକାଳୁ ସକାଳୁ ବିକାଶର ସମୀକ୍ଷା, ଦ୍ବିତୀୟ ଦିନରେ ବରାହଜୀଉ ମନ୍ଦିର ପରିଦର୍ଶନ କଲେ 5T ସଚିବ

1 min read

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳି ଦେମାଳର ବରାହଜୀଉ ମନ୍ଦିର ହେବ ପର୍ଯ୍ୟଟକଙ୍କ ନୂଆ ଡେଷ୍ଟିନେସନ । ବରାହଜୀଉ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ଉନ୍ନତିକରଣରେ ଲୋକଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । କେନ୍ଦ୍ରାପଡ଼ା ଗସ୍ତର ଦ୍ବିତୀୟ ଦିନରେ ସକାଳୁ ସକାଳୁ ବରାହଜୀଉ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି 5T  ସଚିବ ।

ମନ୍ଦିରର ପହଞ୍ଚିବା ପରେ ମହିଳାମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଫୁଲତୋଡା ଦେଇ ସ୍ବାଗତ କରିବା ସହ ତାଙ୍କ ସହ ସେଲଫି ଉଠାଇଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେଉଛନ୍ତି ଭି.କେ ପାଣ୍ଡିଆନ । ଏହାସହ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।