ପୁରୀରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ
1 min readପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଫାଇଭ ଟି ସଚିବ । ପୁରୀର ସାମଗ୍ରିକ ବିକାଶ ନେଇ ବାରମ୍ବାର ପୁରୀ ଗସ୍ତରେ ଆସୁଚନ୍ତି ଭି.କେ ପାଣ୍ଡିଆନ୍ । ଏହି ସମୟରେ ଆଟ୍ଟା ଅନୁଷ୍ଠାନ ପକ୍ଷରୁ 5t ସଚିବଙ୍କୁ ଏକ ଉପହାର ପ୍ରଦାନ କରାଯାଇଛି । ଫାଇଭ-ଟି ମାଧ୍ୟମରେ ରାଜ୍ୟରେ ସାମଗ୍ରିକ ବିକାଶ ଜାରି ରହିଥିବାରୁ ଅନୁଷ୍ଠାନର ସଦସ୍ୟ ସନ୍ଦୀପ ମହାପାତ୍ର ଭି.କେ ପାଣ୍ଡିଆନଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ ।
ରାଜ୍ୟରେ ଅନେକ ସମସ୍ୟାର ସମାଧାନ ମୋ ସରକାର ଦ୍ୱାରା ହୋଇପାରୁଛି । ଟ୍ୱିଟରରେ ଟ୍ୱିଟ କରିବା ମାତ୍ରେ ସମାଧାନ ହୋଇପାରୁଛି । ଗରୀବ ଲୋକେ ଉପକୃତ ହେଉଛନ୍ତି । ଟୁଇଟ ମାଧ୍ୟମରେ ସମସ୍ୟା ଜଣାଇଲେ ତାହାର ସମାଧାନ କରାଯାଉଥିବା 5T ସଚିବଙ୍କ ନିକଟରେ କହିଥିଲେ ଅନୁଷ୍ଠାନର ସଦସ୍ୟ । ଏଭଳି ଏକ ଜନମଙ୍ଗଳ କାର୍ଯ୍ୟ ପାଇଁ ଅନୁଷ୍ଠାନ ପକ୍ଷରୁ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ସହିତ ଏକ ତୈଳ ଚିତ୍ର ପ୍ରଦାନ କରାଯାଇଛି ।