ସ୍କୁଲ ରୂପାନ୍ତରଣର ସମୀକ୍ଷା କଲେ 5T ସଚିବ

1 min read

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ 5T ଅଧିନରେ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟରେ ହେଉଥିବା ରୂପାନ୍ତରଣ କାର୍ଯ୍ୟକୁ ଭିସି ଜରିଆରେଶନିବାର ସମୀକ୍ଷା କରିଛନ୍ତି 5T ସଚିଵ ଭି.କେ. ପାଣ୍ଡିଆନ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକ କାର୍ଯ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୫୮ ଟି ଉଚ୍ଚ ବିଦ୍ୟାଳୟର ହେବ ରୂପାନ୍ତରଣ । କାର୍ଯ୍ୟର ଭିସି ଜରିଆରେ ସମୀକ୍ଷା କରିଛନ୍ତି 5T ସଚିଵ ଭି.କେ. ପାଣ୍ଡିଆନ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସହିତ ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକ କାର୍ଯ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ସଵୁ ବିଦ୍ୟାଳୟର ଜମିପଟ୍ଟା ପ୍ରଦାନ କରାଯିଵା ସହ ସଵୁ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ଦିଆଯିବ । ନୂଆବର୍ଷରୁ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ନୁଆ କ୍ଲାସ ରୁମରେ ପାଠ ପଢିବେ ବୋଲି କହିଛନ୍ତି 5T ସଚିବ । ପ୍ରତି ବ୍ଲକର ଶ୍ରେଷ୍ଠ ୩ଟି ସ୍କୁଲକୁ ପୁରସ୍କୃତ କରାଯିଵା ସହ ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନରେ ଶ୍ରେଷ୍ଠ ୩ଟି ସ୍କୁଲକୁ ପୁରସ୍କୃତ କରାଯିଵ । ଏହାସହ ସ୍କୁଲର ଉନ୍ନତି ପାଇଁ ଭଲ କାମ କରୁଥିବା ଏସଏମସି, ପୁରାତନ ଛାତ୍ର ଛାତ୍ରୀ ଓ ଲୋକ ପ୍ରତିନିଧିଙ୍କୁ ସମ୍ମାନୀତ କରାଯିବ । ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୨୯୬ ଟି ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟ ଶେଷ ହେଵା ପରେ ଚତୁର୍ଥ ପର୍ଯ୍ୟାୟରେ ୫୮ ଟି ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ କରାଯାଉଛି । ଉଚ୍ଚ ବିଦ୍ୟାଳୟର ରୂପାନ୍ତର ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଵା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢିଵାରେ ଲାଗିଛି । ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତର କରାଯାଉଥିବାରୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।