ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ଖୁବଶୀଘ୍ର 5T ରୂପାନ୍ତରଣରେ ମିଳିବ ଏହି ସୁବିଧା

1 min read

କଟକ: ବଡ଼ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ୧୭୫ ଏକର ଜମିରେ ୩ ହଜାର ୫ଶହ କୋଟି ଟଙ୍କାରେ ଏହି ମର୍ଯ୍ୟାଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର 5T ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।

ଏହି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କଟକ ବଡ ଡାକ୍ତରଖାନାରେ ପହଞ୍ଚିଛନ୍ତି । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ କେମିତି ଶେଷ କରାଯିବ ସେନେଇ ଆଲୋଚନା କରିଛନ୍ତି ।

କ୍ଲିନିକାଲ୍ ବ୍ଲକ, ଧର୍ମଶାଳା, ବଜେଟ ହୋଟେଲ, କମର୍ସିଆଲ୍ କମ୍ପ୍ଲେକ୍ସ, ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ରହଣୀ ନିମନ୍ତେ ରେସିଡେଣ୍ଟିଆଲ୍ ବ୍ଲକ ନିର୍ମାଣ ପାଇଁ ଯୋଜନା କରିଛି । ଏହାସହିତ ଏସସିବି ପବଲିକ୍ ସ୍କୁଲ ମଧ୍ୟ ନିର୍ମାଣ ଚାଲିଛି । ଏସବୁ କାମର ଗୋଟି ଗୋଟି ସମୀକ୍ଷା କରୁଛନ୍ତି ଫାଇଭ ଟି ସଚିବ ।