ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ

1 min read

ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ ବୋଲି କହିଛନ୍ତି 5T ସଚିବ । ସେହିପରି ସ୍କୁଲ ଓ କଲେଜ 5ଟିରେ ସାମିଲ ମୁଖ୍ୟମନ୍ତ୍ରୀ କରିଥିବା କଥା କହିଛନ୍ତି 5ଟି ସଚିବ ।5T Secretary visits Deogarh district, reviews projects

କଲେଜ ଓ ସ୍କୁଲରେ ସ୍ମାର୍ଟକ୍ଲାସ ରୁମ, ଲାଇବ୍ରେରୀ, କମନ ରୁମ ଓ ସାଇନ୍ସ ଲ୍ୟାବ କରାଯିବ । ଏହି ଅବସରରେ ମିଶନ ଶକ୍ତି ମା’ ସହ ଆଲୋଚନା କରିଥଲେ । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।