ବଦଳିବ କନ୍ଧମାଳ କାୟାକଳ୍ପ, ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରୁଛନ୍ତି 5T ସଚିବ

1 min read

କନ୍ଧମାଳ: ଦୁଇଦିନିଆ କନ୍ଧମାଳ ଗସ୍ତର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ସଚିବ । ପ୍ରଥମେ ବଲସକୁମ୍ପା ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଏହାର ନବକଳେବର ପାଇଁ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଭଳି ଖୁବଶୀଘ୍ର ବରାଳଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେଠାରୁ କନ୍ଧମାଳ ସ୍ପୋର୍ଟସ କମ୍ପ୍ଲେକ୍ସରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କର ସମସ୍ୟା ଶୁଣିବା ସହିତ ୭ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀଙ୍କୁ ଭଲପାଆନ୍ତି । ଖୁବଶୀଘ୍ର ଜିଲ୍ଲାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଜିଲ୍ଲାବାସୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି । ଏହାସହିତ ଆଗାମୀ ଦିନରେ ଜିଲ୍ଲାର ରୂପରେଖ ବଦଳାଯିବ । ସହରକୁ ନୂଆ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଜିଲ୍ଲାର ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯିବ । ମୁଖ୍ୟମନ୍ତ୍ରୀ ପ୍ରଦାନ କରୁଥିବା ଟଙ୍କାକୁ ସ୍ବଚ୍ଛତାର ସହିତ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି 5T ସଚିବ । ପରେ 5T ସଚିବ ଭିକେ ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି ।