ମାଆ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

1 min read

ଜଗତସିଂହପୁର: ଝଲସିବ ମାଆ ଶାରଳାଙ୍କ ପୀଠ । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ । ବାଣୀକ୍ଷେତ୍ର ଜଗତସିଂହପୁର ଗସ୍ତ କରି ମାଆ ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଶାରଳା ପୀଠରେ ପହଞ୍ଚି ପ୍ରଥମେ ମାଙ୍କୁ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।

ବହୁ ପୁରାତନ ମାଆ ଶାରଳାଙ୍କ ମନ୍ଦିରର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଉଛନ୍ତି ରାଜ୍ୟ ସରକାର । ମାଆଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ସେବାୟତ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରୁଛନ୍ତି 5T ସଚିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ ଶାରଳା ପୀଠ । ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ପୀଠକୁ ଆସୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରାଯାଉଛି ।