ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ

କଟକ: କଟକ ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ ଭି.କେ. ପାଣ୍ଡିଆନ୍ । ଆଜି ଭୋରରୁ ସେ କଟକ ଗସ୍ତ କରି ସମୀକ୍ଷା କରିଛନ୍ତି । ଗତ ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲକୁ ଏମସ ଭଳି ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ ଆବଶ୍ୟକ ।

ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସବୁ ପ୍ରକାର ସୁବିଧା କିଭଳି ଶୀଘ୍ର ମିଳିପାରିବ ସେନେଇ ତତ୍ପରତା ଦେଖାଯାଇଛି । ଅସୁବିଧା ହେଲେ ଚିକିତ୍ସା ପାଇଁ ଯେମିତି ଶିଘ୍ର ପହଞ୍ଚିହେବ ସେଥିପାଇଁ ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଯାହାଦ୍ୱାରା ରୋଗୀ ଓ ଆମ୍ୱୁଲାନ୍ସ ମେଡିକାଲ ପହଞ୍ଚିବାରେ ସୁବିଧା ହେବ । ତେବେ କେନାଲର ୨ପାର୍ଶ୍ୱରେ ଥିବା ବନ୍ଧ ଯୋବ୍ରା ବ୍ୟାରେଜ ନିକଟରେ ରିଂରୋଡକୁ ସଂଯୋଗ କରିବ । ୫ଟି ସଚିବଙ୍କ ସହ ପୂର୍ତ୍ତ ଓ ଶକ୍ତି ସଚିବ ଗସ୍ତ କରିଥିଲେ । କେନ୍ଦ୍ରଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply