ଏଣିକି ଆଉ ଅଭାବ ଆଗରେ ମୁଣ୍ଡ ନୁଆଁଇବେନି ଚିନ୍ତାମଣି, ସାହାଯ୍ୟର ହାତ ବଢ଼ାଇଲେ 5T ସଚିବ
1 min readଉମରକୋଟ: ଏଣିକି ଆଉ ଅଭାବ ଆଗରେ ମୁଣ୍ଡ ନୁଆଁଇବେନି ଚିନ୍ତାମଣି । ସ୍ବପ୍ନର ରାସ୍ତାରୁ ଆଉ ପଛକୁ ହଟିବେନି କିମ୍ବା ସେ ଥକିଯିବେନି । ଯେବେ ପାଠ ପଢ଼ାରେ ଅଭାବ ଡୋରି ବାନ୍ଧେ । ସେତେବଳେ ମନରେ ସାହାସ ଭରି ସାହାଯ୍ୟର ହାତ ବଢାନ୍ତି 5T ସଚିବ ଭିକେ ପାଣ୍ଡିଆନ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ଗାଁର ଝିଅ ଚିନ୍ତାମଣି ଗୌଡ଼ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୫୮୪ ନମ୍ବର ରଖି ସମଗ୍ର ବ୍ଲକରେ ଟପ୍ପର ହୋଇଥିଲେ । ହେଲେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଚିନ୍ତାରେ ଥିଲେ ଚିନ୍ତାମଣି । ଏତିକି ବେଳେ ଏହି ଖବର ପହଞ୍ଚିଥିଲା 5T ସଚିବଙ୍କ ପାଖରେ । ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଛାତ୍ରୀଙ୍କ ପାଠପଢ଼ା ଉପରେ ହସ୍ତକ୍ଷେପ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପରେ ଚନ୍ଦାହାଣ୍ଡି ବିଡିଓ ଧର୍ମର ମାଝୀ ଚିନ୍ତାମଣିଙ୍କ କଲେଜ ପଢ଼ିବା ପାଇଁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସାହାଯ୍ୟ କରିଛନ୍ତି ।
ଚିନ୍ତାମଣି ତାଙ୍କ ପ୍ରାଥମିକ ଶିକ୍ଷା ଗମ୍ଭାରିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢିଥିବା ବେଳେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରୁ ସେ ମାଟ୍ରିକରେ ବ୍ଲକ ଟପ୍ପର ହୋଇଛନ୍ତି । ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଦଶମରେ ୫୮୪ ନମ୍ବର ରଖିଥିଲେ । ସାହାଯ୍ୟ ପାଇବା ପରେ ଆଗକୁ ଅଧିକ ପାଠ ପଢ଼ି ଭବିଷ୍ୟତରେ ବିଜ୍ଞାନ ଶିକ୍ଷୟତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି ଚିନ୍ତାମଣି । ଛାତ୍ରୀଙ୍କ ପାଠପଢ଼ା ଉପରେ ନଜରର ରଖାଯାଇଛି । ଆଗକୁ ଯାହା ଦରକାର ତାହା ସାହାଯ୍ୟ କରାଯିବ ବୋଲି କହିଛନ୍ତି ଚାନ୍ଦାହାଣ୍ଡି ବିଡିଓ ଧର୍ମରାଜ୍ ମାଝୀ ।
ଗ୍ରାମାଞ୍ଚଳର କୌଣସୀ ମେଧାବୀ ଛାତ୍ର ଶିକ୍ଷା ପାଇଁ ଅଭାବ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ସମସ୍ତ ବଣମଲ୍ଲିକୁ ବାହାରକୁ ଆଣି ନୂଆ ପରିଚୟ ଦେବାକୁ ସବୁବେଳେ ତତ୍ପର 5T ସଚିବ ଭିକେ ପାଣ୍ଡିଆନ ।