ବରଗଡ଼ ଜିଲ୍ଲାର ଦୁଇ ଅସହାୟ ମହିଳାଙ୍କ ଦୁଃଖ ବୁଝିଲେ 5T ସଚିବ

1 min read

ବରଗଡ଼: କଥାରେ ନୁହେଁ କାମରେ କରି ଦେଖାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । କେବଳ ପ୍ରତିଶ୍ରୁତି ନୁହେଁ ତାକୁ କେମିତି ପୂରଣ କରାଯାଏ । ତାହା ପ୍ରମାଣିତ ହୋଇଛି ବରଗଡ଼ ଜିଲ୍ଲାର ଦୁଇ ମହିଳାଙ୍କ ନିକଟରେ । କାହାକୁ ପାନୀୟ ଜଳ ଯୋଗାଇଛନ୍ତି ତ ଆଉ କାହାକୁ ଚିକିତ୍ସା ପାଇଁ ସହାୟତା ଯୋଗାଇଛନ୍ତି । ବରଗଡ଼ ଜିଲ୍ଲା ଭଟଲି ବ୍ଲକର ସଂଯୁକ୍ତା ମିଶ୍ର । ସେଦିନ ବରଗଡ଼଼ ଗସ୍ତରେ ଯାଇଥିବା 5T ସଚିବଙ୍କୁ ଭେଟି ନିଜର ଦୁଃଖ ଜଣାଇଥଲେ ସଂଯୁକ୍ତା । ପ୍ରତିଶ୍ରୁତି ଥିଲା ସପ୍ତାହେ ମଧ୍ୟରେ ଚିକିତ୍ସା ପାଇଁ ସାହାଯ୍ୟ ଯୋଗାଯିବ । ଶେଷରେ ତାହା ହିଁ ହୋଇଛି । ସଂଯୁକ୍ତାଙ୍କ ଦୁଃଖ ଶୁଣିଛନ୍ତି 5T ସଚିବ । ଚିକିତ୍ସା ପାଇଁ ୩୦ ହଜାର ଟଙ୍କାର ସହାୟତା ଯୋଗାଇଛନ୍ତି 5T ସଚିବ ।

ସେମିତି ବରଗଡ଼ ସଦର ବ୍ଲକ ପିପିଲିପାଲିରେ ଖଦରତଂ ବେଗମଙ୍କ ସମସ୍ୟା ଶୁଣିଛନ୍ତି 5T ସଚିବ । ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଭିତରେ ଦିନ କାଟୁଥିବା ପରିବାରଙ୍କୁ ମିଳିଛି ପାନୀୟ ଜଳ ସୁବିଧା । ଖଦରତମଙ୍କ ଅଭିଯୋଗ ଶୁଣିବା କ୍ଷଣି ଜିଲ୍ଲା ପ୍ରଶାସନକୁ ସହଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । ଜିଲ୍ଲା ପ୍ରଶାସନର ତତ୍ପରତାରେ ପାଣି ପାଇପ ଓ ଟ୍ୟାପ୍ ସଂଯୋଗ କରିଛନ୍ତି ନିର୍ବାହୀ ଯନ୍ତ୍ରୀ । ଦୀର୍ଘ ବର୍ଷର ସମସ୍ୟା ଯେ ମାତ୍ର ଦିନ କେଇଟାରେ ପୂରଣ ହେବେ ତାକୁ ବିଶ୍ବାସ କରିପାରୁନାହାନ୍ତି ମହିଳା । ମାତ୍ର କେଇଦିନ ଭିତରେ ଅଭିଯୋଗ ଶୁଣି  ସମସ୍ୟା ସମାଧାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ମହିଳା ଓ ଗ୍ରାମବାସୀ ।