ମିଶନ ଶକ୍ତି କାଫେରେ ଖାଇଲେ, ସଚିବଙ୍କ ସହ ଭିଡିଓ କଲରେ କଥା କରାଇଲେ 5T ସଚିବ

1 min read

କନ୍ଧମାଳ: 5T ସଚିବଙ୍କ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନ । ଫିରିଙ୍ଗିଆରେ ଥିବା ମିଶନଶକ୍ତି କାଫେରେ ସକାଳ ଭୋଜନ କଲେ ଭିକେ ପାଣ୍ଡିଆନ । ଏହି ସମୟରେ ମିଶନଶକ୍ତି ମହିଳାଙ୍କ ହାତ ତିଆରି ଖାଦ୍ୟର ପ୍ରଶଂସା କରିବା ସହ ପତ୍ନୀ ତଥା ମିଶନ ଶକ୍ତି କମିଶନର କମ୍ ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କ ସହ ଭିଡ଼ିଓ କଲରେ କଥା କରାଇଥିଲେ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସାଧୁବାଦ ଦେଇଥିଲେ । ଖୁବଶୀଘ୍ର ସେ କନ୍ଧମାଳ ଯାଇ ସେମାନଙ୍କୁ ଭେଟିବେ ବୋଲି କହିଛନ୍ତି । କ୍ୟାଫେର ଉନ୍ନତି ପାଇଁ ଆଉ ଯାହା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁଜାତା କାର୍ତ୍ତିକେୟନ ।

5T ସଚିବଙ୍କୁ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ମିଶନ ଶକ୍ତି ମହିଳା । ଶେଷରେ ମିଶନଶକ୍ତି ମହିଳାଙ୍କ ସହ ଫଟୋ ଉଠାଇଲେ 5T ସଚିବ । ସରକାରୀ ଯୋଜନା ପାଇଁ ଆଜି ସେମାନେ ସ୍ବାବଲମ୍ବୀ । ଘର କୋଣରେ ନବସି ରୋଜଗାରର ମାଧ୍ୟମ ସାଜିଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।