ଜୀବନରେ କେମିତି ପାଇବେ ସଫଳତା, ଛାତ୍ରଛାତ୍ରୀଙ୍କୁ ତ୍ରିସୂତ୍ରୀ ସଫଳତା ବାର୍ତ୍ତା ଦେଲେ 5T ସଚିବ

1 min read

କନ୍ଧମାଳ: ଜୀବନରେ କେମିତି ପାଇବେ ସଫଳତା । କେଉଁ ଦିଗ ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବା ଦରକାର । କ’ଣ ନିଜର ସର୍ବାଙ୍ଗୀନ ବିକାଶ ଘଟିଥାଏ । କନ୍ଧମାଳରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି 5T ସଚିବ ଦେଇଛନ୍ତି ତ୍ରିସୂତ୍ରୀ ସଫଳତା ବାର୍ତ୍ତା  । 5T ସଚିବ କହିଛନ୍ତି,  ସେ ମଧ୍ୟ ଏକ ସରକାରୀ ସ୍କୁଲରେ ପାଠ ପଢ଼ି ଆଗକୁ ଆସିଛନ୍ତି । ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିଲେ ସଫଳତା ମିଳିପାରିବ । ଜୀବନରେ ଶରୀର ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଦୈନିକ ଅଧଘଣ୍ଟା ସମୟ ଶରୀରକୁ ଦେବା ଆବଶ୍ୟକ  । ବିନା ଫିଜିକାଲ ଫିଟମେଣ୍ଟରେ ସଫଳତା ମିଳେ ନାହିଁ । ଏହାଛଡ଼ା ଧ୍ୟାନ କରିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଧ୍ୟାନ କରିବା ଦ୍ବାରା ଚିନ୍ତାଶକ୍ତି ବୃଦ୍ଧି ପାଇଥାଏ । ଯାହାକି ଆଗକୁ ନେବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ୧୫ ମିନିଟ ଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ ।

ଶିକ୍ଷକ ଓ ବାପାମାଆଙ୍କ ବ୍ୟତୀତ ବନ୍ଧୁ ଜୀବନରେ ଅତି ଗୁରୁତ୍ବପୂର୍ଣ୍ଣ । ଭଲ ସାଙ୍ଗ ଥିଲେ ଆଗକୁ ନେବାକୁ ସାହାଯ୍ୟ କରିବେ । ଖରାପ ସାଙ୍ଗଥିଲେ ନିଜେ ଖରାପ ହେବା ସହିତ ଅନ୍ୟକୁ ମଧ୍ୟ ଖରାପ କରିଦେବେ । ଏଣୁ ସାଙ୍ଗମାନେ ସବୁବେଳେ ପ୍ରେରଣା ସାଜିବା ଦରକାର । ଆତ୍ମବିଶ୍ବାସ ହରାଇବା ଓ କମାଇବାରେ ସାଙ୍ଗମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ । ଏସବୁ ଦିଗକୁ ଧ୍ୟାନ ଦେଲେ ଜୀବନରେ ସଫଳତା ମିଳିପାରିବ ବୋଲି 5T ସଚିବ କହିଛନ୍ତି ।