ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କଲେ 5T ସଚିବ, କହିଲେ ବିପର୍ଯ୍ୟୟ ମୁକାବିଲା କଥା

1 min read

କାଲିଫର୍ଣ୍ଣିଆ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ 5T ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଏବଂ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା ନେଇ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ।

୨୦୧୩ ଫାଇଲିନ ମୁକାବିଲାରେ ଜିରୋ କାଜୁଆଲଟିର ସଙ୍କଳ୍ପ ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ସାରା ବିଶ୍ବ ପାଇଁ ଉଦାହାରଣ ପାଲଟିଛି । ଓଡ଼ିଶା ଏବେ ବିଶ୍ବ ପାଇଁ ବିପର୍ଯ୍ୟୟ ମୁକାବିଲାର ମାର୍ଗଦର୍ଶକ । ଯେକୌଣସି ବିପର୍ଯ୍ୟୟ ପୂର୍ବରୁ ରାଜ୍ୟ ସରକାର କୌଣସି ଗୋଟିଏ ମଡେଲକୁ ଅନୁକରଣ କରନ୍ତି ନାହିଁ । ସବୁ ମଡେଲକୁ ଅନୁଶୀଳନ କରି ସବୁଠାରୁ ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରନ୍ତି ବୋଲି 5T ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିଛନ୍ତି ।

ସେ କହିଛନ୍ତି ଯେ, ଏବେ ରାଜ୍ୟରେ ସବୁ ଐତିହ୍ୟ କ୍ଷେତ୍ର ଓ ଧର୍ମିକ ଅନୁଷ୍ଠାନର ରୂପାନ୍ତରଣ ଜାରି ରହିଛି । ଏହାର ଉଦ୍ଦେଶ୍ୟ ହେଉଛି, ଆମ ସଂସ୍କୃତିର ମୂଳଦୁଆ ଉପରେ ଛିଡ଼ା ହୋଇ ରାଜ୍ୟ ବିକାଶ ସାଧନ କରୁଛି । ବିକାଶରେ ଲାଗିଛି ସ୍ବପ୍ନର ଡେଣା ।