ଧର୍ମଶାଳାରେ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କଲେ 5T ସଚିବ

1 min read

ବଡ଼ଚଣା: ବଡ଼ଚଣା ପରେ 5T ସଚିବ ଭି.କେ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ  । ଏଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମହୋତ୍ସବ ପଡ଼ିଆରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା । ମିଶନ ଶକ୍ତି ମହିଳା, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ଚାଷୀମାନେ ଅଭିଯୋଗ ଶୁଣାଣି ଶିବିରରେ ସାମିଲ ହୋଇଥିଲେ । ଏହି ଅବସରରେ ଅଭିଯୋଗପତ୍ର ଗ୍ରହଣ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ  ।